ସ୍ମୃତି (Memories) / Odia Poem-01
ବିସ୍ମୟ ର ବିଷ ଫଳ
ନାଆଁ ତାର ପ୍ରୀତି,
ଥାଏ ଯାର ଅବଶେଷ
ନ ଥାଏ ତା ଇତି ।
କେବେ ତୁମେ ବର୍ଷା ରାତି
କେବେ ଗ୍ରୀଷ୍ମ ତାତି,
କେବେ ତୁମେ ଶୁଭ ସଞ୍ଜ
ବସନ୍ତ ର ପ୍ରୀତି ।।
କେବେ ପୁଣି ପ୍ରଜାପତି
କେବେ ଭିଜା ସ୍ମୃତି
କେବେ ତୁମେ କଇଁ ଫୁଲ
କେବେ ଜହ୍ନ ରାତି ।।
କା ଆକାଶ ଜହ୍ନ ତୁମେ
କାହା ପାଇଁ ତାରା,
କାହା ପାଇଁ ସାତ ସୁର
କା ପାଇଁ ବେସୁରା ।।।