1. ଟେପିଂ
ଗଜାନନ ମିଶ୍ର
ଟେପିଂ କରୁଛୁ
ମୋର କଥା ସବୁ କର୍।
ହଏରେ ଟୁରା,
ତୁଇ ତ ଝୁଟା,
ହେତାର ଉପରକେ ଉପର
ଆରୁ କାଁଜେ
ଲଗେଇ ହଉଛୁ ଅଠା।
କର୍ ଟେପିଂ କର୍,
ଆରୁ ଯା ଶୁନା ସଭକୁ
ଉଚଲାବେ ମୋର ଫାଲ ଫାଲ!
ହଏରେ ଟୁରା,
ତୁଇ ତ ଗଦ୍ଦାର୍,
କେହେନସି ନ ଭି
ନେଇଁ ତୋର ଠାନବସା।
ଯା, ମୋର କଥା,
ଟେପିଂ କର ଯା,
ଲଗେଇଦେବୁ ଦଫା
ଉପରେ ଦଫା।
ଅଏଁଠା ଚଟା
କୁକୁରବେତାନ୍
ଲୁଙ୍ଗ୍ ଲୁଙ୍ଗ୍ ହେବାରଟା।
କାଁ କରବୁ
ଟେପିଂ କରି, କହ ତ ଗା,
କଲାକେ କଲା,
ଧଲା କେ ଧଲା,
କହି ପାରବୁ କେଁ
ଖୁଲମଖୁଲା, ଦେଖମି
ତୁଇ କେନ୍ତା ପିଲା।
2. ପହେଚାନ୍
ମୁଇଁ କାଣା କହେମି
ମୁଇଁ କାଣା ଲେଖମି
ତୁଇ କହେବୁ କେଁ?
ନେଇଁ ତ କାଣା ଅଛେ
ହଉଛୁ ଏତକି ଇନ
ଏନ୍ତା ଛିଡେଇପୁଡେଇ!
ଜେନଟା ଭାବମି
ଜେନଟା ଅନୁଭବ କରମି
ଦୁଖସୁଖ ସତଅସତ
ସବୁକେ ଠୁଲାମି ଆରୁ
ଗୁଟଗୁଟ କରି ଲେଖମି
ଗୁଟଗୁଟ କରି କହେମି।
କହେଲାବେଲକେ
ଲେଖଲାବେଲକେ
ଶବଦ ୟାଡସ୍ୟାଡ ହେଇପାରେ
ଭାବ ତ ନେଇଁ ହୁଏ।
ଜେନ ଭାବେ ଅଛେଁ
ହେଟା ଏକା ଥିବା
ନେଇଁ ହୁଏ ଖରାପ କେଭେ।
ଆରୁ ସୁଁଦର ହଉଥିବା
ଆରୁ ପହେଚାନ୍ ବଢୁଥିବା
ଆରୁ ଆରୁ ମେଘବାଦଲ
ଘୋଟ କରୁଥିବା
ଉତାରକେ ଉତାର,
ଚମକୁଥିବା ବିଚଲି
ନୁଆ ମୁନୁଷଗୁଟେକର କାଜେ
ଫିଟଉଥିବା ବାଟ
ଭରି ହେଇଥିବା ନଏଦ ଭିତରେ ।
This poem has not been translated into any other language yet.
I would like to translate this poem