ମୋର ମାଆଁରଟା
ଗଜାନନ ମିଶ୍ର
ପୈଦାହେଲାବେଲୁ ମୁଇଁ
ଆଏଜତକ୍ ଖଉଛେଁ ଜେନଜେନଟା ସବୁ ସବୁ
ମୋର ମାଆଁରଟା ଆଏ।
ଜେନ୍ତା ଜେନ କହୁଥିଲା ମୋର ମାଆ
ଆରୁ ମୁଇଁ ସିଖିଛେଁ ଜେତକି
କହୁଛେଁ। ଉଡେନବାଜ କଥା କହିକରି
କାଏଁ ଫାଏଦା କହୁନ୍!
ଜେତକି ଜେନ ସବୁ ଦେଖୁଛ ତମର ଆଏଁଖିଥି
ସଫା ମୋର ମାଆରଟା ଆଏ।
ମୋର ଆଏ ମୋର ମାଆଁ
ଇ ଘରଦୁଆର ବଲବଏସ
ହିସାବନିକାସ ମୋର ମାଆରଟା ଆଏ।
ଆକାସପାତାଲ ପବନପାଏନ
ଉଜାଲାଅଁଧାର ସବୁ ମୋର ମାଆଁ।
ସବୁ ସବଦ ଧୁନି ହାଲସାବକ
ଧୁଇଲମାଏଟ ରଁଗଭଁଗ
ମୋର ମାଆଁରଟା ଆଏ।
ଆରୁ ଜେତକି ଜେନଜେନଟା ବକତୁଛ
ଆଏ, ମୁଇଁ ଆଏ।
ଥିଲା ଆରୁ ଅଛେ ଭି
ମଝାମଝିଥି ସବକରର
ମୋର ମାଆଁ ମୋର ମାଆଁ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
15/03/2020
This poem has not been translated into any other language yet.
I would like to translate this poem