କିଛି ନୂଆ
ଗଜାନନ ମିଶ୍ର
କଣ ପାଇଁ ପବନ
ପାଗଳ ହୋଇଥିଲା
ଏ ଯାଏ ପାରି ନାହାନ୍ତି
ଜାଣି କେହି ଜଣେ।
କେହି ଜଣେ
ଢାବାମାରି କହିଲା
ବାପ ଗୁଣେ ପୁଅ,
ଅସ୍ୱୀକାର କରିବାକୁ
କେହି ଆଗେଇ ଆସି ନ ଥିଲା ।
ମାପିଜୁପି କଥା ହେଉଥିଲା
ପୁଅ ଫୋନରେ ମା ସହିତ
ସ୍ତ୍ରୀକୁ ଦେଖି ଦେଖି ।
କିଏ କାହାକୁ ଦାବି ରଖୁଥିଲା
ପଡୁ ନ ଥିଲା ଜଣା।
କେମିତି କେଜାଣି
ବେଖାପିଆ ଲାଗୁଥିଲା
ବାପାଙ୍କର ସବୁ କଥା।
ଥିଲା କି କଣ ମନରେ
ବୁଝା ପଡୁ ନ ଥିଲା।
ଇତିହାସରେ ଯେ
କିଛି ଥାଏ ନୂଆ
ଜାଣିବା ଲୋକକୁ
ଖୋଜା ଚାଲିଥିଲା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/11/2019
This poem has not been translated into any other language yet.
I would like to translate this poem