ପରଦାପଛରେ
ଗଜାନନ ମିଶ୍ର
ନାହିଁ କିଛି
ପରଦାପଛରେ।
ନାହିଁ କିଛି
ପାର୍ଶ୍ଵରେ,
ନାହିଁ କିଛି
ଭିତରେ
ବାହାରେ ।
ସିଧା କଥା
ହଁ ତ ହଁ
ନାଇଁ ତ ନାଇଁ।
କହିବି
ଯାହା କହିବି,
ଆପତ୍ତିକୁ
ମନା ନାଇଁ।
ଭୁଲସବୁକୁ
ସ୍ୱୀକାରି ନେବି।
ସତ୍ୟରେ
ସ୍ଥିର ରହିବି,
ମିଛକୁ
ଆଡେଇ ଦେବି।
ସମସ୍ତଙ୍କୁ
ସମ୍ମାନ ଦେବି,
ଯଥାଯୋଗ୍ୟ
ଆସନ ଦେଇ।
ପୋଲଖୋଲିବି,
ଅନ୍ଧାର ହଟେଇବି।
ନିଜେ ଜଳିବି
ଆଲୁଅ ଦେବି।
ଭଲ କହିବି,
ସବୁ ଶୁଣିବି।
ଜାଣେ ସତ,
ତୁମେ କହିଲେ ମିଛ
ଲାଗିବ ତେଣୁ
ମତେ ଦୁଃଖ।
ଥାଉ
ନ ଥାଉ ପ୍ରଶ୍ନ
ଦେବି ଉତ୍ତର,
ଆଉ ସେ ଉତ୍ତର ଶୁଣି
ଦୋଷୀର ନିଦ ହଜିବ
ଦୋଷରେ ନ ଥିଲେ
ଲାଗିବ ଅମୃତ ଅମୃତ।
ସୁନ୍ଦର ଆକାଶ
ସୁନ୍ଦର ସୂର୍ଯ୍ୟ
ସୁନ୍ଦର ପ୍ରେମ
ସୁନ୍ଦର ହସ
ସୁନ୍ଦର ସ୍ୱପ୍ନ
ଆଉ ସବୁ ସୁନ୍ଦରତା ଭିତରେ
ବଂଚୁଛୁଁ ଆମେ
ଆମର ଜୀବନ।
This poem has not been translated into any other language yet.
I would like to translate this poem