ଯଦି ବିଶ୍ୱାସ କରିବେ If You Believe Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯଦି ବିଶ୍ୱାସ କରିବେ If You Believe

Rating: 5.0

ଯଦି ବିଶ୍ୱାସ କରିବେ
ଗଜାନନ ମିଶ୍ର

ସତ୍ୟାନନ୍ଦ ଯେ ସବୁବେଳେ
ସତ କହେ ଏଇଆ ଭାବନ୍ତୁ ନି,
ଭାବନ୍ତୁ ନି ବି ସତ୍ୟାନନ୍ଦ
ପାଖରେ ରହିଲେ କେବଳ
ଆନନ୍ଦ ମିଳିବ।

ଆପଣ ତ କୟାଁଗଛରୁ
କାକର ତୋଳିବା ଲୋକ,
ଏତେ ଗହୀରାଚାଷ ନ କରିବାକୁ
ମୋର ବିନମ୍ର ଅନୁରୋଧ।
ଆଉ କାହିଁକି ମୁଁ କହୁଛି ଏ କଥା
ଆପଣ ଯଦି ଅନୁମାନ କରି ନ ପାରିଲେ
ଆପଣଙ୍କ ପାଖେ ମୋର ରହିବା ବୃଥା।

ସତ୍ୟାନନ୍ଦ କଣ ଜଙ୍ଗଲ ଜଗେ?
ହାଟ ବାହୁଡା ଲୋକକୁ ପଚାରେ କେତେ ସଇଲା?
ରାମ ତିହାଡି ପାଖରେ ହିସାବ କରେ
ତା ବଧୀରା ସ୍ତ୍ରୀର ବୟସ!
ଆଉ ପଢିଚାଲେ ଏକା ଲହସରେ
ତା ହୁଣ୍ଡାପୁଅ ସତ୍ୟାନନ୍ଦର ଇତିହାସ?
ଘର କୋଉଠି ପଚାରିଲେ କହେ
ଘର? ସେଇଟା ପୁଣି କିସ?

ସତ୍ୟାନନ୍ଦ ଯଦି ମୂର୍ଖ
ଯଦି ପାଗଳ
ଯଦି ଭକୁଆ ହୋଇଥାନ୍ତା
ତିନି ମହଲା କୋଠା ବାଡେଇ ନ ଥାନ୍ତା
ସହରର ମଝାମଝିରେ,
ଲୁଚେଇ ଲୁଚେଇ କନ୍ତରିଆ ଟଙ୍କା
ଲଗାଉ ନ ଥାନ୍ତା ଆଉ କାନ ଚିପି ଚିପି
ଶହେରେ ସତର ନେଉ ନ ଥାନ୍ତା,
ସତସଂଗ ଯାଉ ନ ଥାନ୍ତା,
ପ୍ରବଚନ ଭାଷଣରେ ଭାଗମାପ କରୁ ନ ଥାନ୍ତା,
ଭୋଗୀଯୋଗୀମାନଙ୍କ ପଛରେ ପାଣିପରି
ପଇସା ସାରୁ ନ ଥାନ୍ତା!

ତା ମତଲବ କଣ?
କଣ ସେ ନିର୍ବାଚନରେ ଲଢିବ?
ଚେୟାରମେନ ହେବ?
ଏମେଲେ? ଏମପି?
ସେ ତ କହେ ସେ ନିର୍ମାୟା ଲୋକ
ତାକୁ କିଏ କହିଲା ଏ ମାୟା ପଛରେ ଧାଇଁବା,
ତାର ସେ ଖାଇଲା ପିଇଲା ଶୋଇଲା ହେଲା,
ତେଣେ ବନ୍ୟାରେ ବାତ୍ୟାରେ ମରୁଡି ମହାମାରୀରେ
ଯାହା ଆସିଲା ଆସିଲା ତାର କଣ ଗଲା?

ସତ୍ୟାନନ୍ଦକୁ ବୁଝିବାକୁ ଆପଣଙ୍କୁ
ସାତଟା ଜନ୍ମ ନେବାକୁ ହେବ,
ତାପରେ ଯେ ଆପଣ ତାକୁ
ଠିକ୍ ଭାବେ ଚିହ୍ନିବେ ବୁଝିବେ
ସେ ଗ୍ୟାରେଣ୍ଟି ମାଗନ୍ତୁ ନି।
ଆପଣ ଘୂରନ୍ତୁ ଘୂରନ୍ତୁ ତା ପଛେ ପଛେ
କିଛି କାଳ, ତାପରେ ଆପେ ସେ କହିବ
ନାରେ ବାବା ନା ନା
ଆଉ ବେଶୀ ଚାଲବାଜି କରି ହେବ ନି,
ଯାହା ହେଲା, ହୋଇଗଲା।

ସତ୍ୟାନନ୍ଦ କଣ କରେ?
କେମିତି ତା କୁଟୁମ୍ୱ ପାଳେ ପୋଷେ?
ନାନା ସମସ୍ୟାର ସମ୍ମୁଖୀନ ହୁଏ କିପରି?
ଭଲମନ୍ଦ ହାନିଲାଭ କଣ ସେ ଜାଣେ ନା?
ସତ୍ୟାନନ୍ଦ ବିଷୟ କଣ ଆପଣ ସତରେ ଭାବୁଛନ୍ତି?

ଆସନ୍ତୁ, ଆସନ୍ତୁ ମୋ ପଛେ ପଛେ
ମୋ କଥାକୁ ଯଦି ବିଶ୍ୱାସ କରିବେ ତ
ମୁଁ କହିଦେବି ପଦେ ପଦେ
କେତେବେଳେ କେମିତି
ଯଦି ବିଶ୍ୱାସ କରିବେ ନି
ତ କହିବି କାହିଁକି!
ଆପଣ ଯାହା ଜାଣିଛନ୍ତି
ସେତିକିରେ ଥାଆନ୍ତୁ ନା,
କିଛି ନାଇଁ
କ୍ଷତି ହେଲେ ବି
କ୍ଷତି ବୋଲି ନ ଭାବିଲେ ହେଲା।

(1997ରେ ପ୍ରକାଶିତ କବିତା ପୁସ୍ତକ" ଗୋଟାପଣେ" ରୁ)

Tuesday, July 24, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India, It is about life struggling
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success