1
ମାଛ,
ଦେଖୁଛ ମାଛ!
ଏ ମାଛ
ମରେ ନି।
ସମୁଦ୍ର ସମୁଦ୍ର
ପ୍ରସରୁ ଥାଏ ମାଛ।
ଏ ମାଛ
ଖରା କାକର।
ଏ ମାଛ
କଅଁଳ କୋମଳ।
ଆକାଶ ଆକାର
ଏ ମାଛ।
ଦେଖି ପାରୁଛ?
ଆସି ବାଛ।
2
ମଂଜି ନାଇଁ,
ନାଇଁ ମଂଜ।
ଦେଖ ଦେଖ ବଢୁଛି ଗଛ!
ଲଗାଲଗି ଗଛକୁ ଗଛ,
ପଛକୁ ପଛ।
କେହି ପଚାରିଦିଏ
କେମିତି ବଢେ ଇଏ?
ଶୂନ୍ୟ ଅନ୍ଧାର ନାଚେ,
ଥରେ ମାଟି
ଥରେ ପବନ
ଆଉ ଯାଏ ପାଣି
ଆଲୁଏ ଆଲୁଏ।
ଆହା ମଂଜ ଖେଳ!
କି କୌତୁହଳ।
This poem has not been translated into any other language yet.
I would like to translate this poem
Oh I thought I'll see what you found interesting in 🐟🐟